csstore

ବୁଢିପଦର ଗାଁର ଶତାଧିକ ଶ୍ରମିକଙ୍କୁ ମାସ୍କ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢିପଦର ଗ୍ରାମରେ ଚାଲିଥିବା ଡୋକରାମୁଣ୍ଡା କୃତ୍ରିମ ନାଳ ଖନନରେ କାର୍ଯ୍ୟରତ ଶତାଧିକ ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଶିଶିର ପାଟ୍ଟଶାଣୀ, ଝରିଆଲ ପଂଚାୟତ ଗ୍ରାମ ରୋଜଗାର ସେବକ ପୃଥିରାଜ ବାଗ, ଗାଁ ସାଥୀ ଜୁଗଲ କିଶୋର ପୁଟେଲ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଗ୍‌୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟରତ ଥିବା ଶତାଧିକ ଶ୍ରମିକମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ ।

jayashree
Leave A Reply

Your email address will not be published.