lika

ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ ଆରମ୍ଭ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସମବାୟ ସମିତି ସଭାପତି ନୀଳାଦ୍ରି ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ଅର୍ଚ୍ଚନା କରି ଶୁଭ ଉଦ୍‌ଘାଟନ କରିଥିଲେ । ଚାଷୀ ମାନେ ତାଙ୍କ ଉପାର୍ଜିତ ଧାନ ଫସଲକୁ ସୁବିଧାରେ କିପରି ବିକ୍ରୟ କରି ପାରିବେ ସେ ସମ୍ବନ୍ଧରେ ଓ ସରକାରଙ୍କ ନିୟମ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ସମିତିର ଡାଇରେକ୍ଟର, ସଭ୍ୟ ତଥା ଚାଷୀ ରାଧାକାନ୍ତ ଭୋଇ, ଲବ ନାଗ, ପ୍ରକାଶ ନାଏକ, ଭୂରିଶ୍ରବା ପ୍ରଧାନ, ମନମୋହନ କର୍ମୀ, ଜୟକୃଷ୍ଣ ମିଶ୍ର, ବିକାଶ ନାଏକ, ସଦାନନ୍ଦ ମହଲା, ନିତ୍ୟାନନ୍ଦ ପଟେଲ, କେଶବ ପ୍ରଧାନ, ସୁଧୀର ପ୍ରଧାନ, ଧୋବା ମହଲା, ସଞ୍ଜୟ ନାଏକ, କରୁଣା ନାଏକ, ମିଥୁନ, ଦିନେଶ, ରିଙ୍କୁ, ଗୌତମ ମହଲା, ସମ୍ପାଦକ ପ୍ରମୋଦ କର୍ମୀ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଏବଂ ସହଯୋଗ କାମନା କରିଥିଲେ ।

babaa
Leave A Reply

Your email address will not be published.