lika

ରିଜର୍ଭ ପୋଲିସ ପଡିଆ ଠାରେ ମୃତ ମାଓବାଦୀଙ୍କୁ ନେଇ ପୋଲିସ ପ୍ରଶାସନର ସାମ୍ବାଦିକ ସମ୍ମିଳନୀ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସର୍ଚ୍ଚ ଅପରେସନରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଏହାକୁ ନେଇ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନର ଭିତୁଲ କୁମାର (ଏଡିିଜି, ସିଆର୍‌ପିଏଫ୍‌), ଆଇପିଏସ୍‌ ସଂଜିବ ପଣ୍ଡା, ଆଇପିଏସ୍‌ ଆର୍‌ ସୁବର୍ଣ୍ଣୋ, ଆଇଜିପି ଆଇପିଏସ୍‌ ଏ. ଠାକୁର, ଆଇପିଏସ୍‌ ଏ. ସିଂ, ସିଆର୍‌ପିଏଫ୍‌ ଆଇଜି ଏସ୍‌. କେ ମହାନ୍ତି, ଏମ୍‌ ଏମ୍‌ ଦାଶ (ଓଏସ୍‌ଏସ୍‌ଏଫ୍‌)ଙ୍କ ସହ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଓ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୃତ ମାଓବାଦୀ ମାନଙ୍କ ଶବକୁ ଓ ଜବତ ମାଓ ସମାଗ୍ରୀକୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଦେଖିଥିଲେ । ଅନ୍ୟପଟେ ବର୍ତ୍ତମାନ ମାଓବାଦୀଙ୍କ ସଂଖ୍ୟା ବଲାଙ୍ଗିର- ବରଗଡ ମହାସମୁନ୍ଦରେ କମି ଥିବା ବେଳେ ମୃତ ମାଓବାଦୀଙ୍କ ସଂପର୍କରେ ଅଧିକ ତଦନ୍ତ ଚାଲଥିବା ଆଇଜିପି ଆଇପିଏସ୍‌ ଏ. ଠାକୁର କହିଛନ୍ତି ।

sandip
Leave A Reply

Your email address will not be published.