୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତେଲେଙ୍ଗାନାକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସାରଳା ବସ୍‌ରୁ ୪୪ ଜଣ ଦାଦନ ଶମ୍ରିକଙ୍କୁ ଉଦ୍ଧାର କରିଛି ଟାଉନ ପୋଲିସ । ସୂଚନା ଅନୁସାରେ ରେଙ୍ଗାଲି ଗ୍ରାମରୁ ଦାଦନ ଶମିକମାନେ ଇଟା ଗଢିବା ପାଇଁ ସାରଳା ବସ୍‌ ଯୋଗେ ତେଲେଙ୍ଗାନା ଯାଉଥିବା ବେଳେ ବଲାଙ୍ଗିର ରେଲୱେ ଷ୍ଟେସନ ରୋଡରୁ ବଲାଙ୍ଗିର ଟାଉନ ପୋଲିସ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଦାଦନ ଶ୍ରମିକଙ୍କ ମଧ୍ୟରେ ୧୫ ଜଣ ପୁରୁଷ, ୧୫ ଜଣ ମହିଳା ଏବଂ ୧୪ ଜଣ ନାବାଳକ ଶିଶୁ ଥିବା ସୂଚନା ମିଳିଛି । ତେବେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.