ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନକେଡା ସ୍ଥିତ ଗୋପବନ୍ଧୁ ସେବାସଦନର ପିଲାମାନଙ୍କ ସହ ଜନ୍ମଦିନ ପାଳିଲେ କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା । ଏହି ଅବସରରେ ପିଲାମାନଙ୍କ ସହ କେକ୍ କାଟି ସମସ୍ତେ ଖୁସି ମନରେ କେକ୍ ଖାଇଥିଲେ ଏବଂ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଶ୍ରୀମତୀ ପଣ୍ଡାଙ୍କ ଝିଅଙ୍କ ମଧ୍ୟ ଜନ୍ମ ଦିନ ଥିବାରୁ ଦୁହେଁ ମିଶି ଜନ୍ମଦିନ ପିଲାଙ୍କ ସହ ପାଳିଥିଲେ । ସେମାନଙ୍କ ସହ କିଛି ସମୟ କାଟିଥିଲେ ଓ ସେମାନଙ୍କୁ ପାଠପଢା ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ସରପଞ୍ଚଙ୍କ ମନୋରଞ୍ଜନ ପାଇଁ ପିଲାମାନେ ନୃତ୍ୟ ଗୀତର ଆୟୋଜନ କରିଥିଲେ । ବେଶ୍ ହର୍ଷ ଉଲ୍ଲାସରେ ସରପଞ୍ଚ ନିଜ ଓ ନିଜ ଝିଅଙ୍କ ଜନ୍ମଦିନ ପାଳିଥିଲେ ।