ଘରକୁ ଫେରୁଥିବା ବେଳେ ଓଲିଟଲା ଅଟୋ : ୭ ମାଟ୍ରିକ ପରୀକ୍ଷାର୍ଥୀ ଆହତ, ୩ ଗୁରୁତର

ଚିକିଟି : ଦଶମ ସମେଟିଭ୍‌-୧ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଅଟୋରେ ଘରକୁ ଫେରୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଧ୍ୟାହ୍ନ ୧୨ ଟା ସମୟରେ ଗଞ୍ଜାମ ଚିକିଟି ବ୍ଲକର ଧାନଘର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ୧୦ ଜଣ ଛାତ୍ର ଛାତ୍ରୀ ଥିଲେ । ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଉପସ୍ଥିତ ଲୋକେ ନିକଟସ୍ଥ ଚିକିଟିଗଡ ସଚ୍ଚିଦାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପରୀକ୍ଷାର୍ଥୀ କେ. ସୁଶାନ୍ତ, କେ. ହରିଶ ଓ କେ. ରାଜେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ. କେ.ସି. ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ସମସ୍ତେ କଳବାଡ଼ ପଞ୍ଚାୟତ ବରାହିବିଦ୍ୟାପୀଠର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.