ସାଇବର ଠକେଇ, ଆକାଉଣ୍ଟରୁ ୭୦ ହଜାର ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ମହୀମୁଣ୍ଡା ଗାଁର ଧୀରେନ୍ଦ୍ର ନନ୍ଦ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଠାତ୍‌ ଗାଏବ ହୋଇଯିବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଶ୍ରୀ ନନ୍ଦ ତାଙ୍କ ମୋବାଇଲ ଫୋନ୍‌ ଧରି ଖେଳୁଥିଲେ । ଏହି ସମୟରେ ଏକ ଅଜଣା ନମ୍ବରରୁ କଲ୍‌ ଆସିବାରୁ ଫୋନ୍‌ ଉଠାଇଥିଲେ । ସେପଟୁ କୌଣସି ଉତ୍ତର ନମିଳିବାରୁ କଲ୍‌ କାଟି ଦେଇଥିଲେ । କିଛି ସମୟ ପରେ ତାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ୭୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣି ପାରିଥିଲେ । ଏନେଇ ସଙ୍ଗେ ସଙ୍ଗେ ସେ ପୁଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ପୁଇଁନ୍ତଲା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.