୧୦୮ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ସଲଗପଦର ମହସିଙ୍ଗପାଙ୍ଗା ଅଞ୍ଚଳରୁ ୧୦୮ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣାପଡିଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସରକାରୀ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଦିଆଯାଇଥିବା ସୂଚନା ମିଳିଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏନେଇ ବାଲିଗୁଡା ଥାନାରେ ଏନ.ଡି.ପି.ଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.