oom

୨ କେଜି ଗଞ୍ଜେଇ ଓ ଦେଶୀ ମଦ ଜବତ ସହ ୩ ଗିରଫ

jsmm

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ ଆଜି ପାଟ୍ରୋଲିଙ୍ଗ ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ୨ କେଜି ଗଞ୍ଜେଇ ଓ ୫୭ ଲିଟର ଚୋରା ଦେଶୀ ମଦ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ମୁତାବକ ନୀଳମାଧବପୁର ଗାଁର ପ୍ରଶନ ସାହୁ ବିକ୍ରି ଉଦେଶ୍ୟରେ ୨ କେଜି ଗଞ୍ଜେଇ ନେଇ ବସରେ ଯିବାକୁ ରାସ୍ତା କଡରେ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ଗିରଫ କରିଥିଲା । ସେପଟେ ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗାଁର ସାଗର ସାହୁଙ୍କ ଘରୁ ୪୫ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଶାଳପଡା ଗ୍ରାମର ନାରାୟଣ ସାହୁଙ୍କ ଘରୁ ୧୨ ଲିଟର ଦେଶୀ ମଦ ଜବତ କରି ଉଭୟକୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ୩ ଜଣଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲଣ କରାଯିବ ବୋଲି ସୂଚନା ଦେଇଛନ୍ତି କାମାକ୍ଷାନଗର ଅବକାରୀ ଥାନା ଅଧିକାରୀ ।

jittmm
Leave A Reply

Your email address will not be published.