p purohi

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ପୁସ୍ତକ ‘ଆକାଶର ସ୍ୱରଲିପି’ ଉନ୍ମୋଚିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍) : ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ରଚିତ ପୁସ୍ତକ ‘ଆକାଶର ସ୍ୱରଲିପି’ ସ୍ଥାନୀୟ ସାମ୍ବାଦିକ ଭବନରେ ଉନ୍ମୋଚିତ ହୋଇଯାଇଛି । ସ୍ୱର୍ଗତ ବେହେରାଙ୍କ ବାଲ୍ୟବନ୍ଧୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପ୍ରଫେସର ମଧୂସୁଦନ ପତି, ପଦ୍ମଶ୍ରୀ ଡଃ. ଶ୍ରୀନିବାସ ଉଦ୍‌ଗାତା, ବ୍ରଜମୋହନ ମିଶ୍ର, ଡଃ.ଶିବପ୍ରସାଦ ନନ୍ଦ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡଃ.ଗୋପବନ୍ଧୁ ରଥ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଖୋଲାଫର୍ଦର ସଂପାଦକ ବିମଳ ଭଂଜଦେଓ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବେହେରାଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ ପ୍ରଦାନ କରିବା ସହ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସଭା ପରିଚାଳନା କରିଥିଲେ ସଂଦୀପ କୁଅଁର। ସ୍ୱର୍ଗତ ବେହେରାଙ୍କ ପୁତ୍ର, ପୁତ୍ରବଧୂଙ୍କ ସମେତ ବନ୍ଧୁ ପରିଜନ, ସାମ୍ବାଦିକ ବୃନ୍ଦ ତଥା ବୁଦ୍ଧିଜୀବୀମାନେ ଏହି ସଭାରେ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.