csstore

ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକାଛିଡା ଗ୍ରାମ ପଞ୍ଚାୟତ ସ୍ଥିତ ଖଲ୍ଲିକାନୀ ଗ୍ରାମର ପ୍ରସ୍ତାବିତ ବିର୍ସାମୁଣ୍ଡା କ୍ଲବ ପ୍ରାଙ୍ଗଣରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ବୀର ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା । ତାଙ୍କର ଦେଶ ପ୍ରତି ଦେଇଥିବା ବଳିଦାନ ଓ ଇଂରେଜ ବିରୁଦ୍ଧରେ ସଂଘର୍ଷ କିପରି କରିଥିଲେ ସେ ବିଷୟରେ ଉପସ୍ଥିତ ଆଦିବାସୀ ପ୍ରେମୀ ଯଥା ବିଶ୍ୱାଲ, ମଧୁ ମିର୍ଦ୍ଧା, ରାହାସ ବିହାରୀ ଭୋଇ, ଦ୍ୱିଜ ଦଳପତି, ସୁନିଳ ମୁଣ୍ଡା, ସନ୍ତୋଷ ମୁଣ୍ଡା, ନରସିଂହ ମୁଣ୍ଡା, ଆନନ୍ଦ ମୁଣ୍ଡା, ରାମଚନ୍ଦ୍ର ମୁଣ୍ଡା, ଅଭି ମୁଣ୍ଡା, ପିତାମ୍ବର ମଲ୍ଲିକ ତଥା ଅନ୍ୟାନ୍ୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସହୀଦ ବିର୍ସା ମୁଣ୍ଡା ଜଙ୍ଗଲରେ ବୁଲି ବୁଲି ଆଦିବାସୀଙ୍କୁ ଏକତ୍ରିତ କରି ବିଦେଶୀ ଶାସନ ବିରୁଦ୍ଧରେ ଲଢେଇ କରି ଶେଷରେ ଜେଲ ଭିତରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କର ଏହି ଆଦର୍ଶକୁ ଅନୁପ୍ରାଣୀତ କରି ସମସ୍ତ ଆଦିବାସୀ ଏକତ୍ରିତ ହୋଇ ଅନ୍ୟାୟ ବିରୁଦ୍ଧରେ ସଂଘର୍ଷ କଲେ ଆମେ ଆମର ସାମ୍ବିଧାନିକ ଅଧିକାର ଫେରିପାଇବା ବୋଲି ମତ ପ୍ରକାଶ ପାଇଥିଲା । ଆଖପାଖ ଗ୍ରାମାଞ୍ଚଳରୁ ଶତାଧିକ ପୁରୁଷ, ମହିଳା, ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.