jayashree

ରାଜ୍ୟସଭା ସାଂସଦଙ୍କ ବିଭିନ୍ନ ବିଭାଗର ପ୍ରତିନିଧି ନିଯୁକ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରତିନିଧିଙ୍କୁ ଆଜି ନିଯୁକ୍ତ କରାଯାଇଛି । ପରେ ବିଭିନ୍ନ ବିଭାଗର ପ୍ରତିନିଧି ମାନେ ଆଜି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ସାକ୍ଷାତ କରି ନୋମିନି ପତ୍ର ପ୍ରଦାନ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବିଭିନ୍ନ ବିଭାଗର ପ୍ରତିନିଧି ମାନେ ହେଲେ ଉଦ୍ୟାନ ବିଭାଗ ପାଇଁ ସୁଦାମ ଭୋଇ, ପଞ୍ଚାୟତିରାଜ ବିଭାଗ ପାଇଁ ମହୁନ୍ତ ଭୋଇ, ଯୋଗାଣ ବିଭାଗ ପାଇଁ ଗଣେଶ ଭୋଇ, ରାଜସ୍ୱ ଓ ବାଣିଜ୍ୟ ବିଭାଗ ପାଇଁ ଭଗବାନ ଝାଙ୍କର, ଜଳସେଚନ ବିଭାଗ ପାଇଁ ଚକ୍ରଧର ଯାନୀ, ଜଳ ଓ ପରିମଳ ବିଭାଗ ପାଇଁ ପୁରନ୍ଦର ଭୋଇ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପାଇଁ ପୁରୁଷୋତ୍ତମ ଭୋଇ, ଗ୍ରାମ୍ୟ ଜଳ ଯୋଗାଣ ଓ ସାନିଟେସନ ବିଭାଗ ପାଇଁ ଅନିଲ ମାଝୀ, ସ୍ୱାସ୍ଥ୍ୟ ଓ ମଙ୍ଗଳ ବିଭାଗ ପାଇଁ ମନୋରଞ୍ଜନ ଭୋଇ, ପ୍ରାଣୀ ସମ୍ପଦ ବିଭାଗ ପାଇଁ ନନ୍ଦ ଭୋଇ ପ୍ରମୁଖ ନିଯୁକ୍ତ ହୋଇଥିବା ନେଇ ଜଣାପଡ଼ିଛି । ଆଗାମୀ ଦିନରେ ଆଲୋଚନା କରି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.