
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ଦ୍ୱାରା ବୁଧବାର ଦିନ ସ୍ଥାନୀୟ ପୂର୍ତ ବିଭାଗ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ବିମଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ସଦସ୍ୟମାନେ ପ୍ରେସ ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ କାର୍ଯ୍ୟରତ ସାମ୍ବାଦିକ/ଖବରଦାତା ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟରତ ସାମ୍ବାଦିକ/ଖବରଦାତା ଖବର ସଂଗ୍ରହ ବେଳେ ତଥ୍ୟ ଭିତିକ ଖବର ସଂଗ୍ରହ ସମାଜକୁ ଠିକ୍ ଦିଗ ଦର୍ଶନ ହେଲା ଭଳି ସମ୍ବାଦ/ଖବର ପରିବେଷଣ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ଏହି ବୈଠକରେ ସୁବାଷ ଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି, ସଂଜୟ କୁମାର ମିଶ୍ର, ଗୁରୁଦୟାଲ ହଂସ, ଅଶୋକ ନାରାୟଣ ଭୋଇ, ଅନ୍ତିମ କୁମାର ପାଣିଗ୍ରାହୀ, ସଂଜୟ କୁମାର ନାଥ, ମୋହନ ସୋନି, ହୁଲେଶ୍ୱର ହଂସ ନିଜ ନିଜ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃତିକର ବାଗ, ଅଭିମନ୍ୟୁ ବହିଦାର, ସୁଶାନ୍ତ ଥାନାପତି, ପ୍ରମୋଦ ବେହେରା, ରାଧେଶ୍ୟାମ ମେହେର, ବିନୋଦ ସିଂ, କୁଶଲ ସିଂ ଠାକୁର, ବିଭୁତି ଭୂଷଣ ଦାସ, କୈଲାଶ ସଗରିଆ ଉପସ୍ଥିତ ରହି ସଂଘର ପରବର୍ତ୍ତୀ ବୈଠକ ଏବଂ ରୌପ୍ୟ ଜୟନ୍ତୀ ପାଳନ ପାଇଁ ମତାମତ ଦେଇଥିଲେ । ପରିଶେଷରେ ସଂଘର ସଂପାଦକ ଶେଖ ସମିମ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।