centurian jitm

ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପ୍ରମୁଖ ଆନ୍ଦୋଳନ କର୍ମୀ ଚନ୍ଦ୍ରା ମାଝୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପ୍ରମୁଖ ଆନ୍ଦୋଳନ କର୍ମୀ ଚନ୍ଦ୍ରା ମାଝୀଙ୍କ ୭୫ ବର୍ଷ ବୟସରେ ଆଜି ସକାଳେ ପରଲୋକ ହୋଇଯାଇଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ସ୍ୱର୍ଗତ ମାଝୀ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପ୍ରମୁଖ ଜଣେ ବରିଷ୍ଠ ନାରୀନେତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଏକଦା ଗ୍ରାମର ଉତ୍କଳ ଜନନୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୂଚାରୁ ରୂପେ ଦାୟିତ୍ଵ ମଧ୍ୟ ନିର୍ବାହ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲେ । ଆଜି ତାଙ୍କ ପରଲୋକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା, ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ଧିରେନ୍ ମହାନ୍ତି, ଗ୍ରାମର ଗୌନ୍ତିଆ ଗୌରେସନ ଧରୁଆ, ଅନ୍ତିମ ସତ୍କାରରେ ଯୋଗ ଦେଇଥିଲେ । ଅଙ୍ଗ ନଦୀ କୂଳରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କ ବଡ ପୁଅ ଦୟାନନ୍ଦ ମାଝୀ ଶବ ସତ୍କାରର ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । ତାଙ୍କ ବିୟୋଗରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଉପଦେଷ୍ଟା, ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଗଭୀର ଶୋକ ବ୍ୟକ୍ତ କରି ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ସେହିପରି ନେତାଜୀ ସୁଭାଷ ବୋଷ ଜନ୍ମ ମାଟି ଯାତ୍ରା ରାଷ୍ଟ୍ରୀୟ ଆବାହକ ଦେବୀପ୍ରସାଦ ପୃଷ୍ଟି ଶୋକ ବ୍ୟକ୍ତ କରି ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.