
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟସ୍ତରୀୟ ଥାଇ ବକ୍ସିଂ ଚାମ୍ପିୟନସିପ- ୨୦୨୨ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରୁ ରାଧା କାନ୍ତ ବିଦ୍ୟାପୀଠ ଡେଲାଙ୍ଗର ଶୋଭନ ସାତିକ୍ କାଂଶ୍ୟ, ସୁମନ୍ତ ମଲ୍ଲିକ ସ୍ଵର୍ଣ୍ଣ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ପୁପୁନ ଖୁଣ୍ଟିଆ ରୌପ୍ୟ, କାର୍ତ୍ତିକ ଭୋଇ କାଂସ୍ୟ, ମହତାବ ଉଚ୍ଚ ବିଦ୍ୟାଳୟର ଓମ ପୃଷ୍ଟି ସ୍ଵର୍ଣ୍ଣ, ବିଜୟ ବେହେରା କାଂସ୍ୟ, ଶକ୍ତି ପ୍ରସାଦ ସେଠୀ ରୌପ୍ୟ, ପ୍ରକାଶ ବେହେରା ସ୍ଵର୍ଣ୍ଣ ପଦକ ପାଇ ପୁରୀ ଜିଲ୍ଲାରେ ଗୌରବ ଆଣିଛନ୍ତି । କୋଚ୍ ଶାନ୍ତନୁ ବିଶ୍ୱାଳଙ୍କ ତତ୍ତ୍ଵାବଧାନରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଥାଇ ବକ୍ସିଂ ଚାମ୍ପିୟନସିପରେ ଉତ୍ତମ ଖେଳ ପଦର୍ଶନ କରିଛନ୍ତି । ଏହା ପୁରୀ ଜିଲ୍ଲା ସମ୍ପାଦକ ନଟବର ସେଠୀ, ଶାରିରୀକ ଶିକ୍ଷ୍ୟା ଶିକ୍ଷକଙ୍କ ଠାରୁ ସୂଚନା ମିଳିଛି । ପିଲାଙ୍କର ସଫଳତା ପାଇଁ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ଷଡଙ୍ଗୀ, ମଣ୍ଡଳ ଅତିରିକ୍ତ ଶିକ୍ଷ୍ୟା ଅଧିକାରୀ ଯୁଧିଷ୍ଟିର ପରିଡ଼ା, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ସମାଜସେବୀ ପ୍ରଭାତ ଜେନା, ସୁଶାନ୍ତ ବିଶ୍ୱାଳ ଓ ବରିଷ୍ଠ ରାଜ ନେତା ଅଜୟ କୁମାର ରାଉତରାୟ ଶୁଭେଚ୍ଛା ଜଣାଇଛନ୍ତି ।