ବ୍ଲକସ୍ତରୀୟ ବିଜ୍ଞାନ ମେଳା ପ୍ରସ୍ତୁତି

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ସ୍ଥାନୀୟ ବାଳିକା ହାଇସ୍କୁଲଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିିଜ୍ଞାନ ଆବାହକ ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ସଂଯୋଜକ କିଶୋର ବେହେରା ପରିଚାଳନା କରିଥିଲେ । ଚତୁର୍ଭୁଜ ମିର୍ଦ୍ଧା ମୁଖ୍ୟ ଅତିଥି, ଏବିଇଓ ଜଗବନ୍ଧୁ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ, ସିଆର୍‌ସିସି ମୋଟ ୫୨ ଜଣ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ୨ ତାରିଖ ଦିନ ଦୀନରଘୁ ମେହେର ହାଇସ୍କୁଲଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜନ ପାଇଁ ସ୍ଥିରୀକୃତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!