jayashree

ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଆମ୍ବୁଲାନ୍ସ କର୍ମଚାରୀ ତଥା ୧୦୮ ଚିକିତ୍ସା ହେଲ୍‌ଥକେୟାର ଲିମିଟେଡ ତରଫରୁ ନଅ ବର୍ଷ ପୂର୍ତ୍ତି ଅବସରରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ବ୍ଲଟ ବ୍ୟାଙ୍କଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । କଲ୍‌ଟର ଲିଡର କୁମାର ଗୌରବ ରଥ ଓ ସୁରେଶ ନାୟକଙ୍କ ନେତୃତ୍ୱରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ୧୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ରକ୍ତଦାତା ଭାବରେ ଛନ୍ଦାଚରଣ ସାହୁ, ବିନୋଦ ଖମାରୀ, ଜିତେନ୍ଦ୍ର ହରପାଲ, ଲବଣୀ ମାଝୀ, ଗୌରାଙ୍ଗ ପୁଟେଲ, ରଥ ପଣ୍ଡା, ଲୀଳାମୟ ସାହୁ, ଯଯାତି କେଶରୀ ମହାପାତ୍ର, ଜୟ ପ୍ରକାଶ ପଟେଲ, ଆଶୁତୋଷ ପଣ୍ଡା, ଅବେଦ ବାଗ, ଖଗେଶ୍ୱର ସାହୁ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.