ବାରହା ଶିକାର ବଦଳରେ ଗାଈ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମାଲାଡ଼ ପଂଚାୟତ କାଠଗଡା ଅଂଚଳରେ ଏକ ଅଭୟନାୟ ଘଟଣା ଦେଖିବାକୁ ମିଳିଛି । ବାରହା ଶିକାର ପାଇଁ ରଖାଯାଇଥିବା ବମ୍‌କୁ କାମୁଡି ଏକ ଗାଈ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ସକାଳେ ମଲାଡ଼ ପଞ୍ଚାୟତର ବାବୁ ଗୌଡ଼ଙ୍କ ଗାଈ କାଠଗଡା ଅଞ୍ଚଳରେ ଏକ ପଡିଆରେ ଚରୁଥିବା ବେଳେ ବାରହା ଶିକାର ପାଇଁ ପକାଯାଇଥିବା ବମ୍‌ କାମୁଡି ଦେଇଥିଲା । ଫଳରେ ବମ୍‌ ଫୁଟି ଗାଈର ଥୋବଣାରେ ଗଭୀର ଆଘାତ ଲାଗି ଗାଈଟି ଗୁରୁତର ହୋଇ ପଡିଥିଲା । ଖବର ପାଇ ସ୍ଥାନୀୟ ପଶୁ ଡାକ୍ତର ବିକାଶ ଚନ୍ଦ୍ର ବେହେରା ଓ ସହଯୋଗୀ ଷ୍ଟାପ ଦେବାଶିଷ ପଲେଇ, ମୋହନ ରେଡି ପହଂଚି ଗାଈଟିକୁ ଚିକିତ୍ସା କରିଥିଲେ ।

Leave A Reply

Your email address will not be published.

error: Content is protected !!