ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରିଛି ସଂକଳ୍ପ ପରିବାର । ସୂଚନା ଅନୁସାରେ ଦଶମାଇଲ ଛକରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଦେଓଗାଁର ଧିରେନ ବାରିକ ଫୋନ ମାଧ୍ୟମରେ ସମାଜସେବୀ ସଂଘମିତ୍ରା ପଟେଲଙ୍କୁ ଦୁର୍ଘଟଣା ବିଷୟରେ ଜଣାଇଥିଲେ । ପରେ ସଂକଳ୍ପ ପରିବାରର ସକ୍ରୀୟ ସଦସ୍ୟ ଦୁର୍ଗା ଓ ସଂଘମିତ୍ରା ପଟେଲ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ପୀଡ଼ିତଙ୍କୁ ଟୁକୁଲା ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲେ । ଦୁର୍ଘଟଣାର ଶିକାର ବ୍ୟକ୍ତି ଶ୍ରୀଗୀଡା ଗ୍ରାମର ବୋଲି ଜଣାପଡ଼ିବା ପରେ ତାଙ୍କର ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପୀଡ଼ିତଙ୍କ ପରିବାର ଲୋକେ ଆସି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁର୍ଲା ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ।

Leave A Reply

Your email address will not be published.

error: Content is protected !!