ମାଣ୍ଡିଆ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ସମାଜସେବୀ ଗୀତାରାଣୀ ରଣଜିତ ଘୋରଡିଆ ସ୍ଥିତ ବାସଭବନରେ ମାଣ୍ଡିଆ ଦିବସ ପାଳନ କରିଛନ୍ତି । ସେ ନିଜ ହାତରେ ମାଣ୍ଡିଆ ତିଆରି ସ୍ଵାଦିଷ୍ଟ ଜାଉ ଓ ଚକୁଳି ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେଇଥିଲେ । ଏହି ମାଣ୍ଡିଆ ଉତ୍ସବରେ ଆଲୋକମୟ ହରିଚନ୍ଦନ, ବାବୁରାମ ଦାସ, ରବୀନ୍ଦ୍ର ସାହୁ, ଦିଲ୍ଲୀପ କୁମାର ଧାଉଡିଆ ସହିତ ପିଲାମାନେ ଅନୁସୟା ଛୋଟରାୟ, ସ୍ୱାତିସ୍ନିଗ୍ଧା ଭୁଜବଳ, ଶୁଭମଜିତ ଧାଉଡିଆ, ସତ୍ୟମଜିତ ଧାଉଡିଆ ଓ ଗୁଡୁ ପ୍ରମୁଖ ସାମିଲ ହୋଇଥିଲେ । ମାଣ୍ଡିଆ ଶରୀରକୁ ସୁସ୍ଥ ଓ ସୁନ୍ଦର ରଖେ । ପ୍ରତିଦିନ ଖାଦ୍ୟରେ ମାଣ୍ଡିଆ ନେଲେ ଭୋକ ନିୟନ୍ତ୍ରଣ କରେ, ଓଜନ ହ୍ରାସ କରେ, ରକ୍ତହୀନତା ଦୂର କରେ, ମଧୁମେହ ନିୟନ୍ତ୍ରଣ କରେ, ହାଡ଼ ମଜଭୁତ ରଖେ ଓ ଶରୀରକୁ ଶକ୍ତି ଦିଏ ଏବଂ ମାଣ୍ଡିଆରେ ପ୍ରଚୁର ପରିମାଣରେ ଭିଟାମିନ-ଡ଼ି, ସି ଓ ଫାଇବର ରହିଥିବାରୁ ଏହା ସ୍ଵାସ୍ଥ୍ୟ ପକ୍ଷ୍ୟେ ଅତ୍ୟନ୍ତ ଉପକାରୀ ଅଟେ ।

Leave A Reply

Your email address will not be published.