ସଡକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୪ ଡାକ୍ତରୀ ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀ ନଗର ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ୪ ଜଣ ଡାକ୍ତରୀ ଛାତ୍ରୀ ବଲାଙ୍ଗିର ଆୟୁର୍ବେଦିକ କଲେଜରୁ ପଢା ସାରି ଅଟୋ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ତୁଳସୀ ନଗର ନିକଟ ଡ୍ରାଇଭିଂ ଟେଷ୍ଟିଂ ସମ୍ମୁଖରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ଓଲଟି ପଡ଼ିଥିଲା । ତେବେ ଅଟୋ ଡ୍ରାଇଭର୍ ସମେତ ୪ ଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଅଟୋଟି ରାସ୍ତାରୁ ତଳକୁ ଖସି ସାମ୍ନା ପଟ ଚେପା ହୋଇଯାଇଛି ।

Leave A Reply

Your email address will not be published.