ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କିଡିନି ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଭୀମ ଭୋଇ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟଙ୍କ ତତ୍ତ୍ଵାବଧାନରେ ମେଡିକାଲ ଟିମ୍‌ ଓ ଭେଷଜ ବିଶେଷଜ୍ଞ ଡାକ୍ତର ଦେଶବନ୍ଧୁ ବେହେରା ଓ ଡାକ୍ତର ମାଧବ ନାୟକଙ୍କ ସହକର୍ମୀମାନେ ଉପସ୍ଥିତ ଥିଲେ । ଏଥିରେ ପାଖାପାଖି ୨୦୦ ଜଣ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ସହ ଔଷଧ ବଣ୍ଟନ କରାଯାଇଥିଲା । ସେଥିମଧ୍ୟରୁ ୪୦ ଜଣ କିଡିନି ରୋଗୀଙ୍କୁ ପରାମର୍ଶ ଦେବା ସହିତ ସଚେତନତା ମଧ୍ୟ କରାଯାଇଥିଲା । ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଆବଶ୍ୟକ ମୁତାବକ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଇଥିଲା । ସଚେତନ ମହିଳା ମଞ୍ଚ ପକ୍ଷରୁ ସଭାପତି ସାଗରିକା ଗୁରୁଙ୍କ ସହିତ ସଦସ୍ୟ ପ୍ରମିଳା ମିଶ୍ର, ନିହାରିକା ମିଶ୍ର, ଗ୍ରାମର ଆଶା କର୍ମୀ ସନ୍ତୋଷିନୀ ଛତ୍ରିୟା ଓ ଅଙ୍ଗନୱାଡି କର୍ମୀ ମଞ୍ଜୁଲତା ନାୟକ ଏବଂ ଗ୍ରାମର ସମାଜସେବୀ ଦାମ ସେଠ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!