ରମାଇ ଟକିଜ ନିକଟସ୍ଥ ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଚୋରି : ମିଳିଲା ସିସିଟିଭି ଫୁଟେଜ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସ୍ଥାନୀୟ ରମାଇ ଟକିଜ ନିକଟସ୍ଥ ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଛାତ ଫାଡ଼ି ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଦୋକାନ ମାଲିକ ଟିକମ ଚନ୍ଦ ଅଭିଯୋଗ କରିଥିଲେ । ପରେ ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଦୋକାନରେ ସିସିଟିଭି ମଧ୍ୟ ଲାଗିଥିଲା । ତେବେ ଏହି ସିସିଟିଭି ଫୁଟେଜ୍‌କୁ ଦେଖିବାରୁ ଜଣେ ଦୁର୍ବୃତ୍ତ ରାତି ପ୍ରାୟ ୧୨ଟା ୪୦ରେ ଦୋକାନ ଉପରସ୍ଥ ଟିଣ ଚାଦର କାଟି ଦୋକାନ ଭିତରକୁ ପଶି ଦୋକାନରେ ଥିବା ସାମଗ୍ରୀ ଓ ପଇସା ଚୋରି କରିନେଉଥିବା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ ମିଳିଲା ପରେ ପୁଲିସ ଘଟଣାରେ ସଂପୃକ୍ତ ଏହି ଦୁର୍ବୃତ୍ତକୁ ଧରିବାରେ ଅଧିକ ସହଜ ହେବ ବୋଲି ଦୋକାନ ମାଲିକ କହିଛନ୍ତି ।

Leave A Reply

Your email address will not be published.