ବିଜୁ ଜନତା ଦଳ ୧୯ ନଂ ଜୋନ୍‌ର ପଦଯାତ୍ରା ସହ ରକ୍ତଦାନ ଶିବିର ସମ୍ପନ୍ନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଆଟଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଡିଆପାଲି ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପଦଯାତ୍ରା ସହ ଜନ ସଚେତନତା ସଭା କରି ଏକ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ୧୯ ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ସବିତା ସେଟ୍‌, ଆଟଗାଁ ସରପଞ୍ଚ ଶାଳିନୀ ସେଟ୍‌, ସମିତି ସଭ୍ୟା ଅନିତା ସୁନା, ଯୁବନେତା ବିମଳ ମେହେର, ୧୦ ନଂ ଜୋନ୍‌ କେନ୍ଦ୍ର ସମବାୟ ବ୍ୟାଙ୍କ ଡାଇରେକ୍ଟର ଅକ୍ଷୟ ରାଉତ, ଶିଳ୍ପପତି ଓମ୍‌ ପ୍ରକାଶ ଅଗ୍ରୱାଲ ଓ ସମୀର ରଞ୍ଜନ ଅଗ୍ରୱାଲ ଯୋଗ ଦେଇଥିଲେ । ମଞ୍ଚାସୀନ ଥିଲେ ଗାଁ ଗୌନ୍ତିଆ ଦାସରଥି ପଟେଲ, ଗ୍ରାମ୍ୟବୃଦ୍ଧ କିରଟୀ ସାହୁ, ଜୟକୃଷ୍ଣ ମାଝୀ, ବାହାଦୂର ରଣା, ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାର ରକ୍ତ ଭଣ୍ଡାର ତରଫରୁ ୩୫ ଜଣ ଯୁବକ ଯୁବତୀଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଡା. ସୁମିତ ମୁଣ୍ଡ, କାଉନସେଲର୍‌ ଶେଖ ଅସରଫ, ନର୍ସ ରଶ୍ମିରଞ୍ଜନ ସୁନା, ଲେବ୍ରୋଟେରୀ ଟେକ୍ନିସିଏନ୍‌ ପରମାନନ୍ଦ କୁଅଁର, ହେଲପର୍‌ ସୁଶିଲ ନାଗ, ଡ୍ରାଇଭର ଶ୍ରୀୟାକାନ୍ତ ପଟେଲ ସହଯୋଗ କରିଥିଲେ । ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ, ରାମଜୀ ଯୁବକ ସଂଘ ଓ ସର୍ପଯାତରାର ସ୍ୱେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ରକ୍ତଦାନ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ମାହାର, ଦୁର୍ଗା ପ୍ରସାଦ ପଟ୍ଟନାୟକ, ନବୀନ ନାଏକ, ଶାମାନନ୍ଦ ମାଝୀ, ଧର୍ମେନ୍ଦ୍ର ପଟେଲ, ବ୍ୟାସଦେବ ଷାଣ୍ଢ, ମଦନ ସାହୁ, ଶ୍ୟାମ ସେଠ୍‌, ରାଜେଶ ଷାଣ୍ଢ, ସୁଦର୍ଶନ ପଟେଲ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ନିତ୍ୟାନନ୍ଦ ସାଏ । ଗ୍ରାମର ସମସ୍ତ ଘର ଆଗରେ କଳସ ଓ ଝୋଟିଚିତା ମୁଖ୍ୟ ଆକର୍ଷଣ ଥିବା ବେଳେ ଏସ୍‌ଏଚ୍‌ଜି ମହିଳାଙ୍କ ଗାଁ ସଫେଇ କାର୍ଯ୍ୟକ୍ରମକୁ ପ୍ରଶଂସିତ କରିଥିଲେ ମୁଖ୍ୟ ଅତିଥି । ଉଡିଆପାଲି ଗ୍ରାମରେ ପ୍ରଥମ କରି ରକ୍ତଦାନ ଶିବିର ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ବହୁତ ଥିଲା ।

Leave A Reply

Your email address will not be published.