oom

ଡେଲାଙ୍ଗ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଇତିଶ୍ରୀ ନାୟକ, ଅତିରିକ୍ତ ପ୍ରକଳ୍ପ ନିଦ୍ଦେର୍ଶକ (ଡିଆରଡିଏ) ରଶ୍ମି ରେଖା ଦାସ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଏସଡିପିଓ ଦେବଦତ୍ତ ବରାଳ, ତହସିଲଦାର ସୁଶ୍ରୀ ନିବେଦିତା ପରିଡା, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସନ୍ତୋଷ ତ୍ରିପାଠୀ, ଆଇଆଇସି ଅନିଲ କୁମାର ମହାନ୍ତି ପ୍ରମୁଖ ସମେତ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳ ଓ ପରିମଳ ବିଭାଗ, ଖାଦ୍ୟ ଯୋଗାଣ ବିଭାଗ, ଶିକ୍ଷା, ସ୍ଵାସ୍ଥ୍ୟ ବିଭାଗ, କୃଷି ମତ୍ସ୍ୟ ବିଭାଗ, ସାମାଜିକ କଲ୍ୟାଣ ସୁରକ୍ଷା, ଆଇସିଡ଼ି ଏସ, ପଞ୍ଚାୟତ ରାଜ ବିଭାଗ ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସର୍ବମୋଟ ୩୧୮ଟି ଅଭିଯୋଗର ଜନ ଶୁଣାଣି ହୋଇଥିଲା । ସେଥିମଧ୍ୟରୁ ୧୨୦ଟି ଆବାସ ଗୃହ, ଗୁହାଳ ଗୃହ ୬୦ଟି, ବାତ୍ୟା କ୍ଷୟକ୍ଷତି ୪୦ଟି ଏବଂ ପର୍ଯ୍ୟଟନ ସ୍ଥଳ ବିଶ୍ଵନାଥ ପାହାଡ଼କୁ ରାସ୍ତା, ବେନୁପଡା କେନାଲରେ ଜଳ ଯୋଗାଣ, ଯୋରକଣି ଘୋରଡିଆ ଦଯାସେତୁ ନିର୍ମାଣରେ ବିଳମ୍ବ, ନୂତନ ପୋଲିସ ଫାଣ୍ଡି ପ୍ରତିଷ୍ଠା, ବାର୍ଦ୍ଧକ୍ୟ ଭତ୍ତା, ଫନି ସହାୟତା ପ୍ରଦାନରେ ବିଳମ୍ବ ଆଦି ସାମୁହିକ ୯୮ଟି ଅଭିଯୋଗ ଆସିଥିଲା । ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନାୟକ ଉପରୋକ୍ତ ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିଦ୍ଦେର୍ଶ ଦେଇଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.