oom

ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖଲ୍ଲିକୋଟଠାରେ ରହିଥିବା ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସମ୍ମିଳନୀରେ ସର୍ବସମ୍ମତ୍ତିକ୍ରମେ ଜିଲ୍ଲାର ଦଲିଲ ଲେଖକ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏଥିରେ ମନୋରଞ୍ଜନ ପଟ୍ଟନାୟକ, ଉପସଭାପତି ଭାବରେ ସମ୍ରାଟ କେଶରୀ ମିଶ୍ର, ସମ୍ପାଦକ ଭାବରେ କୈଳାସ ଚନ୍ଦ୍ର ମାଝି, ସହସମ୍ପାଦକ ଭାବରେ ବିଭୂଦତ୍ତ ତ୍ରିପାଠୀ, କୋଷାଧ୍ୟକ୍ଷ ବାଳକୃଷ୍ଣ ପଟ୍ଟନାୟକ, ସହ କୋଷାଧ୍ୟକ୍ଷ ଭାବରେ ଲୁନା କୁମାର ମହାରଣା ସର୍ବସମ୍ମତି କ୍ରମେ ମାନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ଭାବରେ ରାମକୃଷ୍ଣ ସାହୁ, ୱାଇ. ଏତରାଜୁଲୁ ସ୍ୱାମୀ, ବିଶ୍ୱନାଥ ପଟ୍ଟନାୟକ, ରଜନୀକାନ୍ତ ଜେନା, ସଙ୍ଗଠକ ସମ୍ପାଦକ ମଣ୍ଡଳୀ ଚନ୍ଦ୍ରଶେଖର ପାଣିଗ୍ରାହୀ, ନୀଳାଞ୍ଚଳ ତ୍ରିପାଠୀ, ଦିବେନ କୁମାର ପଟ୍ଟନାୟକ, ରବିନ୍ଦ୍ରନାଥ ପଟ୍ଟନାୟକ ଏବଂ ଆଇନ ପରାମର୍ଶଦାତା ମଣ୍ଡଳୀ ଭାବେ ଅମିୟ ଚରଣ ପାଣିଗ୍ରାହୀ, ସନ୍ତୋଷ କୁମାର ପଟ୍ଟନାୟକ, ଉମେଶ କୁମାର ବିଷୋୟୀ ଓ ରବିନ୍ଦ୍ରନାଥ ପରିଡାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି ।

jittmm
Leave A Reply

Your email address will not be published.