
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଦିନ୍ ପାଳନ ଅବସରରେ ବଲାଙ୍ଗିର ସହରରେ ବଲାଙ୍ଗିର ଦିନ୍ ଆୟୋଜକ କମିଟି ପକ୍ଷରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସାରା ସହର ଆନନ୍ଦ ଉଲ୍ଲାସରେ ଦୁଲୁକି ଉଠୁଛି । ବିଭିନ୍ନ ସାଂସ୍କୃତିକ ଦଳ ସହ ସହରର ସହସ୍ରାଧିକ ସଂସ୍କୃତିପ୍ରେମୀ ତଥା ବୁଦ୍ଧିଜୀବିମାନେ ଏଥିରେ ସାମିଲ ହୋଇଛନ୍ତି। ସ୍ଥାନୀୟ କୋଶଳ କଳାମଣ୍ଡଳରୁ ଶୋଭାଯାତ୍ରା ବାହାରି ପିପି ଏକାଡେମୀ ଛକ ଦେଇ ପାଟଣା ଛକରୁ ମା’ ସମଲେଇ ଓ ପାଟଣେଶ୍ବରୀ ମନ୍ଦିର ଦର୍ଶନ ସାରି ପୁଣି କୋଶଳ କଳାମଣ୍ଡଳକୁ ପହଞ୍ଚିଛି ।
