oom

କୃଷି ବୀମା ପାଉଣା ଦାବୀରେ ତହସିଲଦାରଙ୍କୁ ଭେଟିଲା ଚାଷୀ ସଂଗଠନ

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କୃଷକ ସଂଗଠନ ତରଫରୁ ବକେୟା କୃଷି ବୀମା ସମ୍ପର୍କରେ ସୋମବାର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଭେଟି ଆଲୋଚନା କରାଯାଇଛି । ବ୍ଲକ କୃଷକ ସଂଗଠନ ସଭାପତି ମୋହନ ସୁନାଙ୍କ ନେତୃତ୍ୱରେ ଗୁଣମଣି ଭୋଇ, ମଧୁସୂଦନ ସାହୁ, ବାବୁଲାଲ ଭୋଇ, ନାରାୟଣ ନାଗ, ସୁଦନ ଭୋଇ, ସମ୍ପତ୍ତି ଭୋଇ, ଛାୟାକାନ୍ତ ବାରିକ, ହରିହର ପଧାନ ପ୍ରମୁଖ ଚାଷୀ ତହସିଲଦାରଙ୍କ ସହ ଆଲୋଚନା କରିବା ସହ ଆଗାମୀ ୫ ତାରିଖ ମଧ୍ୟରେ କୃଷି ବୀମା ଟଙ୍କା ଚାଷୀଖାତାରେ ନ ପଡିଲେ ଆନ୍ଦୋଳନ କରିବାକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.