centurian jitm

ସରକାରୀ ସହାୟତା ପାଇଁ ଦାବୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଏନଏସି ଅନ୍ତର୍ଗତ ବରପାଲି ଗ୍ରାମରେ ୮ ନମ୍ବର ୱାର୍ଡ କାଉସିଲର ମହାଲକ୍ଷ୍ମୀ ନାୟକଙ୍କ ଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଘରେ ନଥିବା ବେଳେ ନିଜ ବାସଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଯାହାଫଳରେ ଘରେ ଥିବା ସମସ୍ତ ଜିନିଷ ତଥା ଆସବାସ ପୋଡ଼ି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଗ୍ରାମବାସୀ ନିଆଁ ଲାଗିଥିବା ଦେଖିବା ମାତ୍ରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଘର ଭିତରୁ କିଛି ଆସଭାବ ପତ୍ର ବାହାର କରିଥିଲେ । ବାକି ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ଭାଗ ନିଆଁରେ ଲିନ ହେବାପରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସମ୍ପୂର୍ଣ୍ଣ ଘର ପୋଡି ପାଉଁଶ ହୋଇଯିବା କାରଣରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସବୁ ବର୍ଗରେ ଦାବୀ ହୋଇଛି ।

Leave A Reply

Your email address will not be published.