jayashree

ଶିଶୁକନ୍ୟାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ମହଙ୍ଗା ପଡ଼ିଲା : ପୋକ୍‌ସୋ କୋର୍ଟଙ୍କ ୭୭ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରାୟ, ଅଭିଯୁକ୍ତଙ୍କୁ ୫ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ

ବୁଲନ୍ଦସହର : ଉତ୍ତରପ୍ରଦେଶର ବୁଲନ୍ଦସହରର ପୋକ୍‌ସୋ କୋର୍ଟ ଜଣେ ୧୦ ବର୍ଷର ନାବାଳିକାକୁ ନିର୍ଯ୍ୟାତନା ଦେବା ମାମଲାରେ ଏକ ଐତିହାସିକ ରାୟ ଦେଇଛନ୍ତି । ଏଠାରେ ପୋକ୍‌ସୋ କୋର୍ଟ ଅଭିଯୁକ୍ତଙ୍କୁ ମାତ୍ର ୭୭ ଦିନ ମଧ୍ୟରେ ଦଣ୍ଡିତ କରିଛନ୍ତି । ଜଣେ ନାବାଳିକାଙ୍କୁ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ସଞ୍ଜୟ ଶର୍ମାଙ୍କୁ ୫ ବର୍ଷ ୬ ମାସ ଜେଲ୍‌ ଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି । କୁହାଯାଉଛି ଯେ, ଗତ ଅଗଷ୍ଟ ୧୪ରେ ପୋଲିସ ବିବି ନଗର ଅଞ୍ଚଳରେ ଜଣେ ନାବାଳିକାକୁ ନିର୍ଯ୍ୟତନା ଦେବା ଘଟଣା ଘଟିଥିଲା । ଏହା ପରେ ବିବିନାଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.