ନଭେମ୍ବର ୧ ବଲାଙ୍ଗିର ଦିନ ଉପଲକ୍ଷେ ବଲାଙ୍ଗିର ଦିନ ଆୟୋଜକ କମିଟିର ଜୋରଦାର ପ୍ରସ୍ତୁତି ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧ ବଲାଙ୍ଗିର ଦିନ ଉପଲକ୍ଷେ ବଲାଙ୍ଗିର ଦିନ ଆୟୋଜକ କମିଟିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ଠାରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ ୯ଟାରୁ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଫ୍ଲେଗ ମାର୍ଚ୍ଚ କରି ସାଂସ୍କୃତିକ ଶୋଭାଯାତ୍ରା କୋସଲ କଳାମଣ୍ଡଲରୁ ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ପାଟନା ଛକ, କଚେରି ଛକ ଦେଇ କଲ୍ୟାଣ ମଣ୍ଡପଠାରେ ପହଞ୍ଚିବ । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲଦୁଲି, ଘଣ୍ଟପାଟି, ଘୁମୁରା ବାଦ୍ୟ, କଲଙ୍ଗା ନାଚ, ଆଦିବାସୀ ନୃତ୍ୟ ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଯୋଗଦେବେ । ଅପରାହ୍ନ ୪ଟାରେ ଲୋକଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ରେମ୍ପ ସୋ’ ୬ଟା ୩୦ ମିନିଟରୁ ସଭା କାର୍ଯ୍ୟ ଆରମ୍ଭ ହୋଇ ୮ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ନଟରାଜ କଳା ପରିଷଦ, ତୁଲସୀ ସଂଗୀତ ନାଟକ ଏକାଡେ଼ମୀ, କୁରେଫୁଲ କଳାପରିଷ, ଘୁଙ୍ଗୁରୁ କଳାପରିଷଦ, ପଙ୍କଜ ଜାଲ, ଦୁଃଖି ଶ୍ୟାମ ତ୍ରିପାଠୀ, ରୁକୁ ସୁନା, ବ୍ୟାସଦେବ ପୁରୋହିତ, ଦିଲିପ ଦୀପ, ସ୍ଵରୁପା ସିଂ, ଶିବାନନ୍ଦ ତ୍ରିପାଠୀ କଣ୍ଠରେ ଦୁଲକିବ କୋସଲ କଳାମଣ୍ଡଲ ମଞ୍ଚ । ଯୋଗଦେବେ ତିନି ପଦ୍ମଶ୍ରୀ, ଦୁଇ ସାଂସଦ, ପାଞ୍ଚ ବିଧାୟକ, ଦୁଇ ନିଗମ ଅଧ୍ୟକ୍ଷ, ଦୁଇ ଅଧ୍ୟକ୍ଷଙ୍କ ସହିତ ଅନେକ ନାଁ କରା କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.