csstore

ଓଡିଶା ପାଚିକା ଓ ସହାୟିକା ସଂଘର ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ଓଡିଶା ପାଚିକା ଓ ସହାୟିକା ସଂଘର ଏକ ବୈଠକ ଗୁହଭେଲା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମହାସଂଘର ସଭାନେତ୍ରୀ ବୈଦେହୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଚିକା ଓ ସହାୟିକା ମାନଙ୍କୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବା ବିଷୟରେ ଆଲୋଚନା ହୋଇଥିଲା । ଏଥିପାଇଁ ଆସନ୍ତା ମାସ ୧୪ ତାରିଖ ଦିନ ଭୁବନେଶ୍ୱର ପିଏମ୍‌ଜି ଛକଠାରେ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଦାବୀ ଗୁଡିକ ମଧ୍ୟରେ ପାଚିକା ଓ ସହାୟିକା ମାନଙ୍କୁ ମାସିକ ୯ ହଜାର ଟଙ୍କା ଦରମା, ଛଟେଇ ବନ୍ଦ ଅବସର ପରେ ପେନସନ ବ୍ୟବସ୍ଥା କରାଯିବା ଆଦି ରହିଛି । ଅନ୍ୟମାନଙ୍କ ମଧ୍ୟରେ ଗୁଡଭେଲା ବ୍ଲକ ସଭାନେତ୍ରୀ ମମତା ସେଠ୍‌, ସମ୍ପାଦିକା ଗୀତା ଦର୍ଜୀ, ଇଣ୍ଡିଆନ ଜଷ୍ଟିସ ପାର୍ଟି ସଭାପତି ଶତୃଘନ ଭୋଇ, ବୌଦ୍ଧ ଜିଲ୍ଲା ଦେଓଗାଁର ହେମାଙ୍ଗିନୀ ଭୋଇ, କିଶୋର ନାୟକ, ତୁଳସୀ ରଣା, ରଜନୀ ଦଣ୍ଡିଆ, ଗୀତା ଭୋଇ, ହେମଲତା ପାତ୍ର, ଲବଙ୍ଗ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.