oom

ବଲାଙ୍ଗିର ଦିନ୍‌ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ତରଫରୁ ବଲାଙ୍ଗିର ଦିନ୍‌ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତକାଲି ବଲାଙ୍ଗିର ଟାଉନ ହଲ ଠାରେ ଡ୍ୟାନ୍ସ, ଆମର୍‌ ପିନ୍ଧନ୍‌ ଉଢନ୍‌ ପ୍ରତିଯୋଗିତା ଏବଂ ଅପରାହ୍ନ ୨ଟାରେ କଲେଜ ଛକ କଲ୍ୟାଣ ମଣ୍ଡପଠାରେ ହୁଲାହୁଲି ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଓ ସଦସ୍ୟମାନେ ଉପସ୍ଥିତ ରହି ମା’ ସମଲେଶ୍ଵରୀ, ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ର ରଖି ମଞ୍ଚ ପୂଜନ କରିଥିଲେ । ତା’ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ପରବର୍ତ୍ତୀ ସମୟରେ ଦିନ ୨ଟାରୁ ଆମର୍‌ ପିନ୍ଧନ୍‌ ଉଢନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବଲାଙ୍ଗିର ଟାଉନ ହଲ ଠାରେ । ଏଥିରେ ଆଖପାଖ ଜିଲ୍ଲାର ମଧ୍ୟ ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ୧ ନଭେମ୍ବର ବଲାଙ୍ଗିର ଦିନ ହେବାକୁ ଥିବା ମୁଖ୍ୟ ମଞ୍ଚରେ ପରିବେଷଣ କରିବାକୁ ସୁଯୋଗ ଦିଆଯିବ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ବ୍ରହ୍ମାନନ୍ଦ ବନଛୋର, କପିଳେଶ୍ୱର ଖମାରୀ, ନିମାଇଁ ଚରଣ ପାଣିଗ୍ରାହୀ, ଶ୍ରାବଣୀ ପାଣିଗ୍ରାହୀ, ଶ୍ରୀପଦା ଷଡ଼ଙ୍ଗୀ, ମନୋରଞ୍ଜନ ପଟେଲ ଉପସ୍ଥିତ ଥିଲେ । ଆୟୋଜକ କମିଟିର ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ବିଦୁ ଭୁଷଣ ତ୍ରିପାଠୀ, ଲୋଟସ ଷଡ଼ଙ୍ଗୀ, ଗୋପାଳ ପ୍ରଧାନ, ମୁରଲୀଧର ପତି, ବିନୋଦ କାଳସାଏ, ସଙ୍ଗୀତା ଦାସ, ଦିନେଶ ଶର୍ମା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଅଭିଶେକ ଦାସ, ସଞ୍ଜୀବ ସାହୁ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ଥବିର କର୍ମୀ, ରବି ଖମାରୀ, ସନ୍ଦୀପ ବାଗ, ରାମ ଶଙ୍କର ଶତପଥୀ, ମନୋରଞ୍ଜନ ସାହୁ, ଜୟକୃଷ୍ଣ ମିଶ୍ରଙ୍କ ସମେତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ । ସେହିପରି ଅପରାହ୍ନରେ କଲେଜ ଛକ କଲ୍ୟାଣ ମଣ୍ଡପଠାରେ ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାବେ ବିଚାରକ ବାସୁଦେବ ମେହେର, ଓମ୍ ପ୍ରକାଶ ସାହୁ, ସୁନିତା ମିଶ୍ର ଥିଲେ । ଏହି କାର୍ଯ୍ୟକ୍ରମକୁ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ମାନେ ପରିଚାଳନା କରିଥିଲେ । ସେହିପରି ସେହି ସ୍ଥାନରେ ଅପରାହ୍ନରେ ହୁଲା ହୁଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ବିଚାରକ ଭାବରେ କବିତା ପଟ୍ଟନାୟକ, ସରିତା ଦାସ, ହିମାନି ତ୍ରିପାଠୀ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମାଇଲ ଫର୍‌ ଅଲ୍‌ର ସଦସ୍ୟ ମାନେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.