oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସର ଦାବୀ ପୂରଣ ହେଲା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଦୁଇ ବର୍ଷ ପୂର୍ତ୍ତି ହେବା ସତ୍ୱେ ମଧ୍ୟ ବହୁ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ଖେଳ ପ୍ରତିଯୋଗିତାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତାର ସଦସ୍ୟତା ନେଇ ପାରିନଥିଲା । ଯେଉଁଥିପାଇଁ କି ବିଶ୍ୱବିଦ୍ୟାଳୟର ବହୁ କୃତି କ୍ରୀଡ଼ାବିତ୍‌ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାରୁ ବଂଚିତ ହେଉଥିଲେ । ଏହାକୁ ଆଖି ଆଗରେ ରଖି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ତରଫରୁ ବିଗତ ଅକ୍ଟୋବର ୧୯ ତାରିଖ ଦିନ ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ଉପସଭାପତି ଅଂଚଳ ପଣ୍ଡାଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ରଙ୍କୁ ଦେଖା କରି ବିଶ୍ୱବିଦ୍ୟାଳୟକୁ ଯଥାଶୀଘ୍ର ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ଖେଳ ପ୍ରତିଯୋଗିତାରେ ପଞ୍ଜିକୃତ କରିବା ପାଇଁ ଦାବୀପତ୍ର ମାଧ୍ୟମରେ ଦାବୀ ଜଣାଇ ଥିଲେ ଏବଂ କୁଳପତି ତୁରନ୍ତ ଛାତ୍ରଛାତ୍ରୀଙ୍କ ଦାବୀକୁ ଶୁଣି ସେ ପଦକ୍ଷେପ ଗ୍ରହଣ କରିଥିଲେ, ଯାହା ସଫଳ ହୋଇଛି ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତା’ ନାଁଟିକୁ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ଖେଳ ପ୍ରୀତିଯୋଗିତାରେ ପଞ୍ଜିକୃତ କରିପାରିଥିବା ଜଣାପଡିଛି । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସମ୍ପାଦକ ମନୋରଞ୍ଜନ ବିଶ୍ୱାଳ, ବିଶ୍ୱବିଦ୍ୟାଳୟ କମିଟି ଉପସଭାପତି ସରୋଜ ସାହୁ, କ୍ଷୀତି ଚନ୍ଦ୍ର ମାନହୀରା, କାଂହୁ ଚରଣ ବୋହିଦାର, ସାଧାରଣ ସମ୍ପାଦକ ଆଲୋକ ନାୟକ, ରୋଶନ ପଣ୍ଡା, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.