କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ୧୫୬ସାଧାରଣ ଅଭିଯୋଗ ଆବେଦନ ମାମଲାର ସମାଧାନ ଏବଂ ସ୍ୱତନ୍ତ୍ର ଅଭିଯାନ ୨.୦ ଅଧୀନରେ ୭୦% ସାଧାରଣ ଅଭିଯୋଗର ଉତ୍ତର ପ୍ରଦାନ

• ଅଭିଯାନ ମାଧ୍ୟମରେ ସମ୍ପୂର୍ଣ୍ଣ ଡିଜିଟାଇଜେସନ ପରେ ୭୦୬୧ କାଗଜ ଫାଇଲକୁ ନଷ୍ଟ କରାଯାଇଛି
• ବିଭାଗର ସଦର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଦପ୍ତରରେ ଚାରା ରୋପଣ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ ଏହାର ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ ଓ ଶୋଭାବର୍ଦ୍ଧନ କାର୍ଯ୍ୟ ଦେଶବ୍ୟାପୀ କରାଯାଇଛି । ଏହି ଅଭିଯାନ କାଳରେ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ, ଜାତୀୟ ଟେଷ୍ଟ ହାଉସ, ଜାତୀୟ ଖାଉଟି ସମବାୟ ମହାସଂଘ ଓ ଜାତୀୟ ଖାଉଟି ଆୟୋଗର କାର୍ଯ୍ୟାଳୟ ସହିତ ମୋଟ ୭୩ଟି ଦପ୍ତରରେ ଏହି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ତାହାକୁ ସମ୍ପୂର୍ଣ୍ଣ କରାଯାଇଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପରିଚ୍ଛନ୍ନତା କାର୍ଯ୍ୟ ଆନୁଷ୍ଠାନିକଭାବେ ଚଳିତମାସ ୩୧(୨୦୨୨ ଅକ୍ଟୋବର ୩୧ରେ ଶେଷ ହେବ ।
ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ପର୍ଯ୍ୟାୟ କାମ ହାତକୁ ନିଆଯାଇଥିଲାö। ପରିଚ୍ଛନ୍ନତା ଅଭିଯାନ କାଳରେ କେଉଁ କେଉଁ କାମ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ତଦନୁସାରେ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି ।
ଏଥିରେ ପୁରୁଣା ନଥିପତ୍ରଗୁଡିକୁ ହଟାଇବା ସହିତ ଦେଶର ୭୩ଟି ଦପ୍ତର ଓ ବିଭାଗର ସଦର କାର୍ଯ୍ୟାଳୟରେ ସଫେଇ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାକୁ ସ୍ଥିର ହୋଇଥିଲା । ଏହି କାମରେ ସିପିଡବ୍ଲ୍ୟୁଡିର ସହାୟତା ନିଆଯାଇଥିଲା ।
ଏହି ଅଭିଯାନ କାଳରେ ପାଞ୍ଚ ଜଣ ସଂସଦ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଯଥାବିଧି ପ୍ରଦାନ କରାଯିବା ସହିତ ଦୁଇଟି ଆନ୍ତଃ ମନ୍ତ୍ରଣାଳୟ ମତାମତର ସ୍ପଷ୍ଟୀକରଣ ଉପସ୍ଥାପିତ କରାଯାଇଛି । ୨୦୨୨ ଅକ୍ଟୋବର ୨୬ ସୁଦ୍ଧା ୧୫୧୬ ସାଧାରଣ ଅଭିଯୋଗ ମଧ୍ୟରୁ ୧୦୭୪ର ସନ୍ତୋଷଜନକ ଉତ୍ତର ଦିଆଯାଇଛି । ଏହା ମୋଟ ଅଭିଯୋଗର ୭୦ଶତାଂଶ । ଏହାଛଡା ୧୫୬ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି ।
ଏହି ଅଭିଯାନ କାଳରେ ରେକର୍ଡ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଥିରେ ୧୫, ୨୮୫ କାଗଜପତ୍ର ଫାଇଲକୁ ଚିହ୍ନଟ କରାଯାଇ ସେଗୁଡିକର ସମୀକ୍ଷ। କାମ ହାତକୁ ନିଆଯାଇଥିଲା । ସମୀକ୍ଷା ହୋଇଥିବା ମୋଟ ୧୩୧୩୧ ଫାଇଲ ମଧ୍ୟରୁ ୭୦୬୧ଟିକୁ ଡିଜିଟାଇଜ କରାଯିବା ପରେ ମୂଳ କାଗଜ ଫାଇଲଗୁଡିକୁ ନଷ୍ଟ କରି ଦିଆଯାଇଛି । ସେହିଭଳି ୬୦୨ ଇ-ଫାଇଲକୁ ସମୀକ୍ଷା କରାଯାଇ ଇ-ଅଫିସ ବର୍ଗରେ ୪୭୩ଟିକୁ ବନ୍ଦ କରାଯାଇଛି । ଅତଏବ ଚିହ୍ନଟ ହୋଇଥିବା ରେକର୍ଡ ପତ୍ର ମଧ୍ୟରୁ ୮୬%କୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ଏହି ଅଭିଯାନ କାଳରେ ପୁରୁଣା ଫାଇଲ, ରେକର୍ଡପତ୍ର ଓ ଅନ୍ୟାନ୍ୟ ଅଫିସ ଆବର୍ଜନାକୁ ୨, ୩୮, ୨୬୮ ଟଙ୍କାର ବିଭାଗ ବିକ୍ରି କରିଛି । ପୁରୁଣା ଫାଇଲ ଓ କାଗଜପତ୍ର ସବୁକୁ ହଟାଇବା ପରେ ବିଭିନ୍ନ ଦପ୍ତରରେ ମୋଟ ୫୧୨୧ ବର୍ଗଫୁଟ ସ୍ଥାନ ମୁକ୍ତ ହୋଇଛି ।
ଏଥି ସହିତ ବିଭାଗ ପକ୍ଷରୁ ସଦର କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ ଦପ୍ତର ପରିସରରେ ବୃକ୍ଷରୋପଣ ଓ ଶୋଭାବର୍ଦ୍ଧନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିଲା । ଏଥିରେ ଦେଶବ୍ୟାପୀ ବିଭିନ୍ନ ଦପ୍ତର ପରିସରରେ ୫୦୦ ଚାରା ରୋପଣ କରାଯାଇଛି । ଏସବୁ ଚାରା ମୁଖ୍ୟତଃ ଆଇଆଇଏଲ୍‌ଏଲ, ଏନ୍‌ଟିଏଚ୍ ଓ ବିଆଇଏଏସ୍ କ୍ୟାମ୍ପସରେ କରାଯାଇଥିଲା । ଏହାଛଡା ଏହି ଅଭିଯାନ କାଳରେ ସବୁ ବିଭାଗୀୟ ଦପ୍ତରରେ ଏଲ୍‌ଇଡି ଲାଇଟ୍ ଲଗାଯାଇ ବିଜୁଳି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ।
ପ୍ରଚଳିତ ନିୟମ ଓ ନୀତି ଅନୁସାରେ ବିଭାଗର ଅଧସ୍ତନ କାର୍ଯ୍ୟାଳୟରୁୁ ନିୟମିତ ପରିତ୍ୟକ୍ତ, ଅବ୍ୟବହୃତ ସାମଗ୍ରୀ ଓ ଆବର୍ଜନା ସଂଗ୍ରହ ପାଇଁ ଭାରତ ସରକାରଙ୍କ ଏମ୍‌ଏସ୍‌ଟିସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁସାରେ ସେହି ସଂସ୍ଥା ସମ୍ପୃକ୍ତ ଦପ୍ତରଗୁଡିକରୁ ନିୟମିତ ଅବ୍ୟବହୃତ ଓ ପରିତ୍ୟକ୍ତ ସାମଗ୍ରୀ /କାଗଜପତ୍ର ସଫା କାମ କରୁଛି ।
ଏହି ଅଭିଯୋଗ କାଳରେ ବିଭାଗ ପକ୍ଷରୁ ବିଭିନ୍ନ ହାଟ ଓ ସହରାଞ୍ଚଳରେ ଖାଉଟି ସଚେତନତା ବାର୍ତ୍ତା ପ୍ରଚାର କାମ ହାତକୁ ନିଆଯାଇଥିଲା । ଏଥିରେ ଅଧିକରୁ ଅଧିକ ଖାଉଟି ସୁରକ୍ଷା ମାମଲା ବିଭିନ୍ନ ଖାଉଟି ଅଦାଲତର ଇ-ଦାଖିଲା ପୋର୍ଟାଲରେ କିପରି ସହଜରେ କରାଯାଇପାରିବ ସେ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା । ଏହି ପୋର୍ଟାଲରେ ଏକ ଜାଗୃତି ମାସକ୍‌ଟର ବ୍ୟାନର ରହିଛି ।
ଏହି ଅଭିଯାନ ଅବସରରେ ନୂଆଦିଲ୍ଲୀ ଦପ୍ତରରେ ଏକ ରି-ମଡେଲ ସେକ୍ସନ ପଞ୍ଚମ ମହଲାରେ ଖୋଲାଯାଇଛି। ଆଗରୁ ସେଠାରେ ଏକ ଶସ୍ୟ ପରୀକ୍ଷାଗାର ଥିଲା । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେହି ପରୀକ୍ଷାଗାରକୁ ଉଠାଇ ଏକ ନୂଆ ସେକ୍ସନ ସେଠାରେ ତିଆରି କରାଯାଇଛି । ଏହି ପରୀକ୍ଷାଗାର ଗାଜିଆବାଦରେ ଥିବା ଦପ୍ତରର ୫୪୫ ନମ୍ବର ପ୍ରକୋଷ୍ଠକୁ ସ୍ଥାନାନ୍ତରିତ ହୋଇଛି । ନୂଆ ସେକ୍ସନ ଓ ପରୀକ୍ଷାଗାରରେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପେସାଦାରୀ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.