ଦୋକାନରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡିପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଭେରାଇଟିଷ୍ଟୋରରେ କୌଣସି କାରଣରୁ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଦୋକାନ ମାଲିକ ବାବୁଲୁ ବଗର୍ତ୍ତିଙ୍କୁ ଖବର ଦେଇଥିଲେ । ଦୋକାନ ମାଲିକ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୋକାନ ଭିତରେ ଥିବା ଏକ ଫ୍ରିଜର ସହିତ ଲକ୍ଷାଧିକ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ସଟ୍‌ ସର୍କିଟ ଯୋଗୁଁ ଫ୍ରିଜରେ ନିଆଁ ଲାଗି ଦୋକାନ ପୋଡି ଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.