ଆଜିଠୁ ଜାତୀୟ ଆଦିବାସୀ ମହୋତ୍ସବ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଜାତୀୟ ଆଦିବାସୀ ମହୋତ୍ସବ । ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ । ସା-ପରିଚୟ ଫାଉଣ୍ଡେସନ୍‌ ତରଫରୁ ଆୟୋଜିତ ଏହି ସ୍ୱାବଲମ୍ବନ ଆଦିବାସୀ ମେଳାରେ ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ୧୧ଟି ଜିଲ୍ଲାରୁ ବିଭିନ୍ନ ଜନଜାତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବରେ ଆଦିବାସୀ କଳା, ସଂସ୍କୃତି, ଖାଦ୍ୟ, ହସ୍ତଶିଳ୍ପ, ଗହଣା ଓ ବୟନ ଶିଳ୍ପ ପ୍ରଭୃତିକୁ ପ୍ରାଧାନ୍ୟ ଦିଆଯିବା ସହ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ ଆୟୋଜନ ହେବ । ଏହି ଅବସରରେ ଏକ ସ୍ୱତନ୍ତ୍ର ଆଦିବାସୀ ଫଟୋ ପ୍ରଦର୍ଶନୀ ଓ ଆଦିବାସୀ ଚିତ୍ର କର୍ମଶାଳାର ଆୟୋଜନ କରାଯିବ । ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ଆଦିବାସୀ କଳାକାର ଓ ପ୍ରତିଭାମାନଙ୍କୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଭାରତର ତଥା ଓଡ଼ିଶାର ବିଭିନ୍ନ ଜନଜାତିଙ୍କ ପାରମ୍ପରିକ ଖାଦ୍ୟ, ଜଙ୍ଗଲଜାତ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଫାଉଣ୍ଡେସନ୍‌ର ଗଣମାଧ୍ୟମ ସଂଯୋଜକ ଡ. ଆଶିଷ ମହାପାତ୍ର ଜଣାଇଛନ୍ତି ।

Leave A Reply

Your email address will not be published.