ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ଼ଃ ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ବିକାଶରେ ପରିବାରର ଭୂମିକା ବିଷୟରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଭାପତି ପୃଥିରାଜ ସାହୁ ସମାରୋପ କାର୍ଯ୍ୟକ୍ରମରେ ଯୋଗଦେଇ ଦୀପ ପ୍ରଜ୍ୱଳନ ସହିତ ଆଶୀର୍ବଚନ ପ୍ରଦାନ କରି ଶିଶୁ ବାଟିକାର ସ୍ୱରୂପ ଓ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ସୁଜାତା ଗୁରୁମା ସଂଯୋଜନା କରିଥିଲେ । ମାଆମାନଙ୍କୁ ନେଇ ୫ଟି ବିଭିନ୍ନ ବିଷୟରେ ପ୍ରାୟୋଗିକ କାଳାଂଶ କରାଯାଇଥିଲା ଏଥିରେ ଗୀତା ଗୁରୁମା, ଅଞ୍ଜଳି ଗୁରୁମା, ନୀତୁ ଗୁରୁମା, ଲିଲି ଗୁରୁମା, ମନ୍ଦାକିନୀ ଗୁରୁମା, ଶରତ ଗୁରୁଜୀ ପ୍ରମୁଖ ଭାଗ ନେଇ ଥିଲେ । ଏହି କର୍ମଶାଳାରେ ୯୫ ଜଣ ମାଆମାନେ ଭାଗ ନେଇଥିଲେ । ପରିଶେଷରେ ଦୀନବନ୍ଧୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.