ଧଣ୍ଡାମୁଣ୍ଡାରେ କରମସାନୀ ମହୋତ୍ସବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗୌନ୍ତିିଆପଡାରେ କରମସାନୀ ମହୋତ୍ସବ ପାଳିତ ହୋଇଛି । ଗାଁର ମହିଳାମାନେ ଉପବାସ ରହି ଅଧିଆ ପଡିଥିଲେ । ମହୋତ୍ସବରେ ୪ଟି ନୃତ୍ୟ ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ବହୁ ଲୋକ ଉପଭୋଗ କରିଥିଲେ । ପୂଜକ ଓ କର୍ତ୍ତା ଉତ୍ତମ ବରିହା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ମିଳୁ ବଗର୍ତ୍ତି, ନାରାୟଣ ନାଏକ, ପ୍ରଦେଶ ରାଉତ, ଶ୍ରୀରାମ ରାଉତ କୁରେସର ନାଗ ଓ ଧଣ୍ଡାମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.