oom

ପ୍ରେସ ବିଜ୍ଞପ୍ତି

jsmm

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ “ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ “ରୋଜଗାର ମିଶନ” ସର୍ଵ ଭାରତୀୟ ସ୍ତରରେ ପ୍ରାରମ୍ଭ ହେଵାକୁ ଯାଉଛି । ଏହି ମିଶନ ଯୋଗୁଁ ଦେଶରେ ପ୍ରାୟ ଦଶ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି , ଯାହା ପର୍ଯ୍ୟାୟ କ୍ରମେ ଏହି ମିଶନ ମାଧ୍ୟମରେ ପୂରଣ ପାଈଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି । ଏହି ମିଶନକୁ ଲୋକାଭିମୁଖୀ କରିବା ପାଈଁ ଚଳିତ ଅକ୍ଟୋବର ମାସ ୨୨ ତାରିଖରେ ପ୍ରଥମ “ରୋଜଗାର ମେଳା” ସର୍ଵଭାରତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ମିଶନର ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

ସ୍ୱାଧୀନତାର ଏହି ଅମୃତ କାଳରେ ଆମ ରାଜ୍ୟରେ ମଧ୍ଯ ଓଡ଼ିଶା ଡାକ ପରିମଣ୍ତଳ ସଂଯୋଜନାରେ ‘ରାଜ୍ୟସ୍ତରୀୟ ରୋଜଗାର ମେଳା’ ଭୂବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ କୁଞ୍ଜ ସନ୍ନିକଟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଡାକ ବିଭାଗ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ ବିଭାଗ ଯଥା ଆଇ.ଆଇ.ଟି. ଭୁବନେଶ୍ବର, କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ବିଭାଗ, କେନ୍ଦ୍ରୀୟ ଅବକାରୀ ବିଭାଗ, ଏସ.ଏଲ.ବି.ସି. , ଇ.ଏସ.ଆଇ., କେନ୍ଦ୍ରୀୟ ଭୂତଳ ଜଳ ବିଭାଗ, ସୀମା ସୁରକ୍ଷା ବଳ, ଭାରତୀୟ ରେଳବାଇ ଆଦି ବିଭାଗ ସାମିଲ ହୋଇଛନ୍ତି । ଏହି ରୋଜଗାର ମେଳାରେ ମାନ୍ୟବର କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଢ଼ଙ୍ଗୀ ଏବଂ ଅନ୍ୟ ଅତିଥି ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ବିଭାଗର ପ୍ରାୟ ଦୁଇ ଶହ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ ।

jittmm
Leave A Reply

Your email address will not be published.