ଟ୍ରେନ୍‌ ଆଗକୁ ଡେଇଁ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡା ରେଲ ଷ୍ଟେସନ ନିକଟରେ ସୁଦପଡାର ଯୁବକ ଭୁଟୁଲୁ ମେହେର ମଙ୍ଗଳବାର କୌଣସି କାରଣରୁ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ପଡିଥିଲେ । ଟ୍ରେନ୍‌ରେ ବାଜି ଛିଟିକି ପଡିବା ସହ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଲାଙ୍ଗିିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ତାଙ୍କ ଦୁଇ ଗୋଡ ଟ୍ରେନ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଯାଇଥିବାରୁ ତାହା କାଟିବାକୁ ପଡିଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ମେଡିକାଲରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜିଆର୍‌ପି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.