oom

ମହୁଲପାଲି ଗ୍ରାମରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଳକ୍ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ମହୁଲପାଲି ଗ୍ରାମରେ ବୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମ ସୁରକ୍ଷା ସମିତିର ସଭାପତି ଯୁଗେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅନିତା ଭୋଇ, ସମ୍ମାନିତ ଅତିଥି ଭାବରେ ପ୍ରକୃତି ବଂଧୁ ଅଭୟ କୁମାର ଦେବତା, ବନସୁରକ୍ଷା ସମିତି ସଭାପତି କବିରାଜ ସାହୁ, ଫରେଷ୍ଟର ସରୋଜ ସାହୁ, ଆମ ଜଂଗଲ ଯୋଜନା ଉନ୍ନୟନ ଅଧିକାରୀ ଋକ୍ମଣ ସାହା, ମୁଖ୍ୟବକ୍ତା ଭାବରେ ପ୍ରକୃତି ବଂଧୁ ମୀନକେତନ ସାହୁ ଯୋଗଦେଇ ଜଂଗଲ ସୁରକ୍ଷା, ବୃକ୍ଷ ରୋପଣ ଓ ସଂରକ୍ଷଣ, ବିଶ୍ୱ ତାପନ ଓ ଜୀବଜଗତ ଉପରେ ଏହାର କୁପ୍ରଭାବ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରକୃତି ବଂଧୁ ଅଭୟ କୁମାର ଦେବତା ସଭା ପରିଚାଳନା କରିଥିବା ବେଳେ ଅଶୋକ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବହୁ ସଂଖ୍ୟାରେ ପରିବେଶ କର୍ମୀ, ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.