csstore

ବଡଦାସୁଡୁ ଆର୍‌. ସତ୍ୟମ ଜାତୀୟସ୍ତରୀୟ କଳାରତ୍ନ ପୁରଷ୍କାର ପାଇବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡଘଡାପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି)ର ସଭାପତି ତଥା ଜୟଦେବ ପୁରଷ୍କାରପ୍ରାପ୍ତ ବଡଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ ପାଇବା ନିମନ୍ତେ ବିବେଚିତ ହୋଇଛନ୍ତି । ଆସନ୍ତା ନଭେମ୍ବର ୧୩ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକାଡେମୀର ତୃତୀୟ ଅଲ ଇଣ୍ଡିଆ କନଫରେନ୍ସିରେ ଏହି ପୁରଷ୍କାର ପ୍ରଦାନ କରାଯିବ ବୋଲି ବହୁଜନ ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ପ୍ରଦତ୍ତ ହୋଇଥିବା ଜଣାଯାଇଛି । ଏନେଇ ଆର. ସତ୍ୟମ ରେଡ୍ଡୀଙ୍କୁ ଜାତୀୟ ସଭାପତି ନାର୍ଲା ରାଧାକ୍ରିଷ୍ଣା ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହିତ ବହୁଜନ ସାହିତ୍ୟ ଏକାଡେମୀର ରାଜ୍ୟ ସମ୍ପାଦକ ଭାବେ ନୃତ୍ୟଗୁରୁ ଶ୍ରୀ ରେଡ୍ଡୀଙ୍କୁ ମଧ୍ୟ ମନୋନୀତ କରାଯାଇଥିବା ଉକ୍ତ ପତ୍ରରେ ଉଲ୍ଲେଖ ରହିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ କେନ୍ଦ୍ରର ସଭାପତି ଶ୍ରୀ ରେଡ୍ଡୀ ସୁପରିଚିତ ଥିବା ବେଳେ ଆଜି ତାଙ୍କୁ ବହୁଜନ ସାହିତ୍ୟ ଏକାଡେମୀର ରାଜ୍ୟ ସମ୍ପାଦକ ଏବଂ କଳାରତ୍ନ ଜାତୀୟ ପୁରଷ୍କାର ପାଇଁ ମନୋନୀତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବହୁ ଆଧ୍ୟାତ୍ମିକ କଳା ସଂଗଠନର କର୍ମକର୍ତ୍ତା ଓ ନୃତ୍ୟ କଳାକାର ଏବଂ ଛତ୍ରପୁରବାସୀଙ୍କ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କଳାକୃତ୍ୟ ପରିବେଷଣ କରି ଜିଲ୍ଲା ଓ ରାଜ୍ୟସ୍ତରରୁ ବହୁ ପୁରଷ୍କାର ଆଣିଛନ୍ତି ବୋଲି କେନ୍ଦ୍ରର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.