jayashree

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ତଦନ୍ତ ଅଧିକାରୀ ଭାବେ ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ତଦନ୍ତ ବେଳେ ବ୍ଲକ ଶିକ୍ଷାଧିକାରୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବଲାଙ୍ଗିର ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା । ଲାଞ୍ଚ ଟଙ୍କା ଜବତ କରିବା ସହିତ ବିଇଓ ଗିରଫ ହୋଇଛନ୍ତି । ବିଇଓଙ୍କ ରାଜେନ୍ଦ୍ରପଡ଼ାଠାରେ ଥିବା ଘର ଏବଂ ଅଫିସରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.