ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା.୨୩.୮.୨୦୨୨ ଦିନ ଖଟିଖିଆ ସଂଗଠନ ଝାରବନ୍ଦ ବ୍ଲକ ସାମ୍ନାରେ ବିଭିନ୍ନ ଦାବୀ ନେଇ ଦୀର୍ଘ ୧୭ ଦିନ କାଳ ଧାରଣାରତ ଥିଲେ । ଦାବୀ ଗୁଡ଼ିକ ମଧ୍ୟରୁ ଜଳଛାୟା ବିଭାଗ, ମନେରେଗା, ପ୍ରଧାନମନ୍ତ୍ରୀ ଆବାସ, ପ୍ରାଥମିକ କୃଷି ସମବାୟ ସମିତିର ବେଆଇନ ଫାଇନାସ ବିରୁଦ୍ଧରେ ଆବଶ୍ୟକ ତଦନ୍ତ ବିହିତ ପଦକ୍ଷେପ ପାଇଁ ଦାବୀ କରିଥିଲେ । ଉପରୋକ୍ତ ବିଭାଗର ଅଧିକାରୀମାନେ ଲିଖିତ ପ୍ରତିଶୃତି ଦେବା ପରେ ଓ ବରଗଡ଼ ସାଂସଦଙ୍କ ଅନୁରୋଧ କ୍ରମେ ଧାରଣା ସ୍ଥଗିତ ରହିଥିଲା । କିନ୍ତୁ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଅଧିକାରୀ ଗୁରୁତ୍ୱ ଦେଇ ନଥିବା ଓ ମିଥ୍ୟା ପ୍ରତିଶ୍ରୁତିର ପ୍ରତିବାଦ କରି ଗତକାଲି ଏଆର୍ସିଏସ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି । ଏହି ଧାରଣାରେ ଖଟିଖିଆ ସଂଗଠନର ସଭାପତି ଭୋଜରାଜ ବାଗ, ସତ୍ୟମ ପ୍ରଧାନ, ପ୍ରଦୀପ ବାରିକ, ଗଙ୍ଗାରମ କରେଇ, ସୁରେନ୍ଦ୍ର ଭୋଇ, ନାଥ ସିରଦାର, ପ୍ରଦୀପ ନାୟକ ଓ ସଂଗଠନର ଅନ୍ୟ କର୍ମର୍କାମାନେ ବସିଥିଲେ ।