oom

ରମ୍ଭାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ହେଲଥ୍‌ ଆଣ୍ଡ ଏଜୁକେସନ ସଚେତନତା ଶିବିର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଲଣ୍ଡନ କିଡ୍ସ ପବ୍ଲିକ ସ୍କୁଲ ସଭାଗୃହ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ହେଲଥ୍‌ ଆଣ୍ଡ ଏଜୁକେସନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସୂଚୀ ପ୍ରକାରେ କାର୍ଯ୍ୟକ୍ରମ ପରିଚାଳିତ ହେବା ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଶିକ୍ଷା ଅନୁଷ୍ଠାନର ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ଜିଜ୍ଞାଶିନୀ ବେହେରା । ମଞ୍ଚ ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷା ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଈଶ୍ୱର ଦାସ(ବାପି) । ସଂଯୋଜନା କରିଥିଲେ ସନ୍ତୋସି ବେହେରା(ସଂପାଦକ/ଅଧ୍ୟକ୍ଷା) ଓ ନାରାୟଣ ନାୟକ (ଭାଇସ ପ୍ରିନ୍ସପାଲ) । କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଡ଼. ଜିତେନ୍ଦ୍ର କୁମାର ଯାଦବ(ରାଞ୍ଚି), ସୁବାସ ଚନ୍ଦ୍ର ପଣ୍ଡା(ସମାଜସେବୀ), ସଂଜୀତ କୁମାର ମୁଦୁଲି (ବିଘ୍ନ କଲେଜ ବ୍ରହ୍ମପୁର), ଗୌରହରି ବେହେରା(ବୁର୍ଲା ଇନ୍ଭର୍ସିଟି ମେକାନିକାଲ ପ୍ରଫେସର), ରବିନ୍ଦ୍ର କୁମାର ବେହେରା(ପତଞ୍ଜଳି ଯୋଗଗୁରୁ) ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ/ ଅଭିଭାବିକା, ଶିକ୍ଷାବିତ, ବୁଦ୍ଧିଜୀବୀମାନଙ୍କୁ ଜୀବନରେ ସଫଳତା ଆଣିବାକୁ ହେଲେ ହେଲଥ୍‌ ଆଣ୍ଡ ଏଜୁକେସନ ପରସ୍ପର ପରିପୁରକ ଅଟେ । ଏଥିସହ ପିଲାଙ୍କ ମେମୋରି ପାୱାର ବଢିବାକୁ ହେଲେ ସ୍ପିରିଚିୱାଲ, ନେଚୁରାଲ ଖାଦ୍ୟ, ଫିଜିକାଲ, ସୋସିଆଲ ଫାଇନିଶାଲ, ଯୋଗ ସହିତ ଅନେକ ଶିକ୍ଷଣୀୟ ଜାଣିବା ଉପରେ ଆଲୋକପାତ କରିଥିଲେ । ତତ୍ ସଙ୍ଗେ ସଙ୍ଗେ କ୍ୟାନସର, ପେଟରୋଗ, ଡାଇବେଟିସ ରୋଗମାନଙ୍କ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ ଘଟିଥିଲା ।

jittmm
Leave A Reply

Your email address will not be published.