oom

ଟିକ୍ରାପଡା ଓ ଛନଛଡାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଛନଛଡା ଓ ଟିକ୍ରାପଡା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ଲିଙ୍ଗରାଜ ବେହେରା ତାଙ୍କ ଧର୍ମପତ୍ନୀ ଡୋଳେଶ୍ୱରୀ ବେହେରା ପୂଜା ଦାୟିତ୍ୱ ତୁଲାଉଥିବା ବେଳେ ପଣ୍ଡିତ ସୁରେଶ ପୁରୋହିତ, ଶ୍ୟାମ ପୁରୋହିତ, ଭିକ ପୂଝାରୀ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଥିରେ କମିଟି ସଭାପତି ସୁବ୍ରତ ବେହେରା, ସମ୍ପାଦକ ନାରାୟଣ ରଣା, ଦାମୋଦର ମହାକୁର, ରଞ୍ଜିତ ପାଢୀ, ଲାଲବିହାରୀ ଭୋଇ, ରାମଦାସ ପୁଟେଲ, ସୁଦର୍ଶନ ବଗର୍ତ୍ତି, ଉପେନ୍ଦ୍ର ସାହୁ, ରୂପେଶ ବାଗ, ଦୟାସାଗର ମହାକୁର, ଅରୁଣ ଭୋଇ, ଡୋଳାମଣି ରଣା, ପିଙ୍କୁ ଭୋଇ, ଦ୍ରୌଣ ରଣା ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।ସେହିପରି ଟିକ୍ରାପଡା ଗ୍ରାମରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ମହିଳାମାନେ ନିକଟସ୍ଥ ଜଳାଶୟରୁ କଳସରେ ପାଣି ଆଣି ମଣ୍ଡପରେ ସ୍ଥାପନ କରିଥିଲେ । ଏହି ପୂଜା ପାଇଁ କର୍ତ୍ତା ଭାବରେ ଅକ୍ଷୟ ରଣା ଓ ଧର୍ମପତ୍ନୀ ଆକାଶୀ ରଣା ପୂଜା ଦାୟିତ୍ୱ ତୁଲାଉଥିବା ବେଳେ ପଣ୍ଡିତ କପିଳେନ୍ଦ୍ର ତ୍ରିପାଠୀ ଓ ଗଣେଶରାମ ଠାକୁର ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି । ଏହି ଉପଲକ୍ଷେ ପ୍ରତି ରାତ୍ରିରେ ଦଣ୍ଡ ନୃତ୍ୟ, ନାଟକ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ ବୋଲି ପୂଜା କମିଟି ସୂତ୍ରରୁ ପ୍ରକାଶ କରିଛନ୍ତି । ଏହି ପୂଜାରେ କମିଟିର ସଦସ୍ୟମାନେ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.