ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଶିକ୍ଷାବିତ, ଗାନ୍ଧିବାଦୀ, ବିଶିଷ୍ଟ ବୁଦ୍ଧିଜୀବୀ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ରବି ଶଙ୍କର ପାଣ୍ଡିଆଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । କଲେଜ ପରିସରରେ ଶୈକ୍ଷିକ ପରିବେଶ ସୃଷ୍ଟି ସହ ରାଜେନ୍ଦ୍ର କଲେଜର ପୂର୍ବ ଗୌରବ ଫେରାଇ ଆଣିବାକୁ ଅହରହ ଶତ ଚେଷ୍ଟିତ ଥିଲେ ଶ୍ରୀ ପାଣ୍ଡିଆ । ତାଙ୍କ ଅକାଳ ବିୟୋଗ ଶିକ୍ଷା ସଂସ୍କାର କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
Next Post