oom

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ରାଧାରମଣ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭ୍ୟ ସଭ୍ୟାମାନେ ସରକାରଙ୍କର ନୂତନ ପେନସନ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସଂଘର ନିର୍ଦ୍ଦେଶକ୍ରମେ ପୁରୁଣା ପେନ୍‌ସନ ଲାଗୁ କରିବା ପାଇଁ ବିଇଓଙ୍କ ଜରିଆରେ ଦାବିପତ୍ର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଦାବୀପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୨୯ରେ ହେବାକୁ ଥିବା ରାଲି ବ୍ଲକର ସମସ୍ତ ଶିକ୍ଷକ ଯୋଗ ଦେବା ପାଇଁ ସଭାପତି କମଳଲୋଚନ ସାହ, ସଂପାଦକ ବିଷ୍ଣୁଚରଣ ସାହୁ ନିବେଦନ କରିଥିଲେ । ଏକ୍ସକ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତ୍ରିଲୋକ ସିଂହ, ସଂପାଦକ ମହେଶ ମଲ୍ଲିକ, ମହାଦେବ ମେଶ୍ୱା, ଲମ୍ବୋଦର ପୁଷ୍ଟି, ଗଣେଶ ପଣ୍ଡା, ହେମନ୍ତ ବେହେରା, ପ୍ରଜ୍ଞାପରିମିତା ବହିଦାର, ଅଞ୍ଜଳି ନାୟକ, ବିଶ୍ୱାମିତ୍ର ନାଗ, ନରେଶ ମେହେର, ଗନ୍ଧର୍ମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.