lika

୫୫ବର୍ଷରେ ଟିକ୍ରାପଡା ଦୁର୍ଗାପୁଜା

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ସ୍ଥାନୀୟ ଟିକ୍ରାପଡା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ରେ ୫୫ ତମ ସାର୍ବଜନୀନ ଦୁର୍ଗାପୂଜା ଗତ ୨୫ ତାରିଖ ରବିବାର ଠାରୁ ବିଲ୍ୱଧିବାସ ସହ ନବରାତ୍ର ଦୁର୍ଗାପୂଜାର ବିଧି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜା କମିଟିର ସଭାପତି ପ୍ରକାଶ ନେପାକ, ଉପ-ସଭାପତି ସନ୍ତକ ବହିଦାର, ସଂପାଦକ ପ୍ରଦୀପ ସାହୁ ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ ପ୍ରମୁଖ ପୂଜା ଦାୟିତ୍ୱ ନିର୍ବାହ କରୁଛନ୍ତି । ଚଳିତ ବର୍ଷ ଦୁର୍ଗାପୂଜାର ପୂଜକ ନିରଞ୍ଜନ ପୂଜାରୀ, ଶାନ୍ତନୁ ଆଚାର୍ଯ୍ୟ, ରମଣୀ ବାବୁ ମାଁ ଙ୍କର ପୂଜାବିଧିର ଦାୟିତ୍ୱ ବହନ କରିଛନ୍ତି । ଚଳିତ ବର୍ଷ ଟିକ୍ରାପଡା ନବଦୁର୍ଗା ପୂଜାରେ ମୁଖ୍ୟ କର୍ତ୍ତା ବିଜୟ ସାହୁ ଓ ସହଧର୍ମିଣୀ ନମିତା ସାହୁ ତଥା ଶୈଳପୁତ୍ରୀ ପୂଜାରେ କର୍ତ୍ତା ରାମକୃଷ୍ଣ ମଟାରୀ ଓ ସହଧର୍ମିଣୀ ପ୍ରତିମା ମଟାରୀ, ବ୍ରହ୍ମ ଚାରିଣୀ ପୂଜାରେ କର୍ତ୍ତା ବିଜୟ ରଥ ଓ ସହଧର୍ମିଣୀ ମିନତୀ ରଥ, ଚନ୍ଦ୍ରଘଣ୍ଟା ପୂଜା ଦିନ ରାଜେନ୍ଦ୍ର ମିଶ୍ର ଓ ସହଧର୍ମିଣୀ ମଞ୍ଜୁଳା ମିଶ୍ର, କୁଷ୍ମାଣ୍ଡା ପୂଜା ଦିନ କର୍ତ୍ତା ସଂଜୀତ କୁମାର ଦାସ ଓ ସହଧର୍ମିଣୀ ବବିତା ଦାସ, ସ୍କନ୍ଦମାତା ପୂଜା ଦିନ ଦୁର୍ଗା ଚରଣ ସାହୁ ଓ ସହଧର୍ମିଣୀ ସରିତା ସାହୁ, କତ୍ୟାୟିନୀ ପୂଜା କର୍ତ୍ତା ପ୍ରକାଶ ନେପାକ ଓ ସହଧର୍ମିଣୀ ଭାରତୀ ନେପାକ, କାଳରାତ୍ରି ପୂଜା ଦିନ ରାଜୀବ ହୋତା ଓ ସହଧର୍ମିଣୀ ବନ୍ଦିତା ହୋତା, ମହା ଅଷ୍ଟମୀ ପୂଜା ଓ ସନ୍ଧିପୂଜା କର୍ତ୍ତା ବଳରାଜ କର ଓ ସହଧର୍ମିଣୀ ସାଗରିକା, ଦିଲିପ ସାହୁ ଓ ସହଧର୍ମିଣୀ କଳ୍ପନା ସାହୁ, ମହାନବମୀ ପୂଜା ଓ ସିଦ୍ଧିଦାତ୍ରୀ ପୂଜା, କୁମାରୀ ପୂଜନ ଦିନ ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ, ଦଶମି ପୂଜା, ଅପରାଜିତା ପୂଜା ଓ ଘଟ ବିସର୍ଜନ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ପ୍ରମୁଖ ମାଁଙ୍କ ଆରାଧନା କରିବେ । ପ୍ରତ୍ୟହ ଦିନରେ ସ୍ୱତନ୍ତ୍ର ଭାବରେ ଚଣ୍ଡିପାଠ ଓ ହବନ କରାଯିବ । ୭ ତାରିଖ ଦିନ ଭସାଣି ଯାତ୍ର କରାଯିବ ବୋଲି ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି । ପୂଜା କାର୍ଯ୍ୟ ଆୟୋଜନରେ ଭଗବାନ ବଗର୍ତ୍ତି, ବୈଷ୍ଣବ ସାହୁ, ଟୁନା ହୋତା, ରାଜେନ୍ଦ୍ର ପାଣି, ରିଆଜ ଖାନ, ପ୍ରବୀଣ ଦର୍ଜୀ, ଆକବର ଖାନ, ଚିତ୍ତ ରଂଜନ ସାହୁ, ପ୍ରମୋଦ ସାହୁ, ଦୁର୍ଗା ସାହୁ, ଅବଦୁଲ ରଜାକ, ମହମ୍ମଦ ଅକବର, ଅଜିତ ପଣ୍ଡା, ସଂଜୟ ଗଡତ୍ୟା ଏବଂ ସମସ୍ତ ସଭ୍ୟଙ୍କ ସକ୍ରିୟ ସହଭାଗିତା ରହିଛି । ପୂଜା କାର୍ଯ୍ୟରେ ସଂଗ୍ରାମ ବହିଦାର, ବାବୁ ଶ୍ରୀଚନ୍ଦନ, ଦାଶରଥୀ ସାହୁ, ସୁରୁ ସାହୁ, ଶିବେନ୍ଦ୍ର ସାହୁଯୋଗ କରୁଛନ୍ତି । ଚଳିତ ବର୍ଷ ମାଁଙ୍କ ପୂଜାର୍ଚ୍ଚନା ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ନେଇ ଉପସଭାପତି ସନ୍ତକ ବହିଦାର ସୂଚନା ଦେଇଛନ୍ତି । ଚଳିତ ବର୍ଷ ବିଶେଷ କରି ସଭ୍ୟମାନଙ୍କ ଚାନ୍ଦା ରେ ଦୁର୍ଗା ପୂଜା ଆୟୋଜନ କରାଯାଇଛି ଏବଂ ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ଆୟୋଜନ କରାଯାଉଛି ବୋଲି ସଂପାଦକ ପ୍ରଦୀପ ସାହୁ ପ୍ରକାଶ କରିଛନ୍ତି ।

babaa
Leave A Reply

Your email address will not be published.